ପୁରୀ: ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା । ମାରଣାସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୁରୀ ଜିଲ୍ଲା ପେଣ୍ଠକଟା ଧୋବାଖାଲଠାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବଡଶଙ୍ଖ ଅଞ୍ଚଳର ତପୁ ନାୟକ। ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଏ ଓ କାହିଁକି ହତ୍ୟା କଲା ଜଣାପଡିନାହିଁ । ମୃତଦେହକୁ ଜବତ କରି ତଦନ୍ତ କରୁଛି ସମୁଦ୍ରକୂଳ ଥାନା ପୋଲିସ ।
ଗତ ଦୁଇ ମାସ ତଳେ, ପୁରୀ ସ୍ବର୍ଗଦ୍ବାର ସମ୍ମୁଖରେ ଜଘନ୍ୟ ହତ୍ଯା ଘଟିଥିଲା । ଶେଷକୃତ୍ୟ କରିବାକୁ ଆସି ନିଜ ଜୀବନ ଚାଲିଯାଇଥିଲା । ମୃତକ ଜଣକ ହେଲେ ଭଦ୍ରକର ରଂଜନ ଦାସ । ସାମାନ୍ୟ ବଚସାରୁ ଆକ୍ରମଣ ପରେ ରଂଜନଙ୍କ ଜୀବନ ଯାଇଥିଲା । ମୃତ ରଂଜନ ଓ ସାଥୀ ମାନେ ସଂପର୍କୀୟଙ୍କ ଶେଷକୃତ୍ୟ ପାଇଂ ସ୍ବର୍ଗଦ୍ବାର ଆସିଥିଲେ । ଅସ୍ତି ନେବା ପାଇଁ ପଇଡର ଆବଶ୍ୟକତା ରହିଥିବାରୁ ରାତି ୧ଟା ବେଳେ ଚୈତନ୍ୟ ଛକ ନିକଟକୁ ଆସିଥିଲେ । ସେଠାରେ ରଂଜନ ଓ ଅନ୍ୟ ସାଥୀ ମାନଙ୍କ ମଧ୍ୟରେ ଆପୋଷ ବଚସା ହୋଇଥିଲା ।