Spread the love

କଟକ : ବେଆଇନ ଗ୍ୟାସ ରିଫିଲିଙ୍ଗ ଏବଂ ଅପମିଶ୍ରଣ ଅଭିଯୋଗରେ ଡେଲିଭରୀ କର୍ମଚାରୀ ଗିରଫ । ଅକସ୍ମାତ୍ ଚଢ଼ାଉ କରି ଧରିଲା ବିଡ଼ାନାସି ଥାନା ପୋଲିସ । ୧୦ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଏକ୍ସପ୍ଲୋସିଭସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କଲା କମିଶନରେଟ୍ ପୋଲିସ । ବେଆଇନ ଭାବେ ଅସୁରକ୍ଷିତ ଶୈଳୀରେ ସିଲିଣ୍ଡର ଭର୍ତ୍ତି କରୁଥିଲେ ଅଭିଯୁକ୍ତ । ଅଲିଶାବଜାର ଅଞ୍ଚଳର ଧ୍ରୁବ ଚରଣ ବେହେରାଙ୍କୁ ଗିରଫ କଲା ପୋଲିସ । ଗ୍ୟାସ ସହ ସିଲିଣ୍ଡର୍ ରେ ପାଣି ଭର୍ତ୍ତି କରି ବିକ୍ରି କରୁଥିଲେ ଅଭିଯୁକ୍ତ । ୪୦ ରୁ ଅଧିକ କ୍ୟାସ ମେମୋ, ଲିକ୍ ମେସିନ୍ ଗ୍ୟାସ ଚୁଲା, ରେଗୁଲେଟର,ନଗଦ ୨୩ ହଜାର ଏକ ଶହ ଟଙ୍କା, ଏକ ଦୁଇ ଚକିଆ ଯାନ, ମୋବାଇଲ ଫୋନ୍, ହାମର୍ ତଥା ଅନ୍ୟାନ୍ୟ ସାମଗ୍ରୀ ଜବତ୍ କରିଛି ପୋଲିସ ।

ଅନ୍ୟପଟେ ଏଲପିଜି ସଙ୍କଟ ଭିତରେ କେନ୍ଦ୍ର ସରକାର ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି । ଲକ୍ଷ ଲକ୍ଷ ଘରର ରୋଷେଇ କରିବାର ପଦ୍ଧତିରେ ଏକ ନୀତିଗତ ପରିବର୍ତ୍ତନରେ ହେବାକୁ ଯାଉଛି । ସରକାର PNG ଉପଲବ୍ଧ ଥିବା ଅଞ୍ଚଳରେ LPGରୁ ପାଇପ୍ ଲାଇନ ଗ୍ୟାସକୁ ପରିବର୍ତ୍ତନ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ମାର୍ଚ୍ଚ ୨୪ରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ସ୍ୱିଚ୍ କରିବା ପାଇଁ ତିନି ମାସର ସମୟ ମିଳିବ । ନଚେତ୍ ସେମାନଙ୍କର LPG ଯୋଗାଣ ବନ୍ଦ ହୋଇପାରେ ।

Leave a Reply

Your email address will not be published. Required fields are marked *