Spread the love

ଯାଜପୁର : ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । କେଉଁଠି ଭାଙ୍ଗୁଛି ତ ଆଉ କେଉଁଠି ଉଡାଇ ନେଉଛି । କାଳବୈଶାଖୀ ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜୋର ପବନ ବୋହିବା ସହ ମୁଷଳଧାରା ବର୍ଷା ଓ ପ୍ରବଳ କୁଆପଥର ପଡିବାରୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଜନଜୀବନ ଠପ୍ ହୋଇଯାଇଥିଲା । କାଳବୈଶାଖୀ ଛାରଖାର କରିଦେଲା ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି-୨୦୨୬ ।

ଏହି ଅବସରରେ ସୁଭଦ୍ରା ଶକ୍ତି ମେଳାକୁ ଆଉ ଦୁଇ ଦିନ ପାଇଁ ବଢାଇବାକୁ ଅନୁମତି ମିଳିଥିବା ବେଳେ ତାପୂର୍ବରୁ ବନ୍ଦ ହୋଇଗଲା । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଗଲା ଶକ୍ତି ମେଳା । ପ୍ରଶାସନିକ ପଡିଆରେ ଆୟୋଜିତ ଯଯାତି ୨୦୨୬ ପାଇଁ ତିଆରି ହଇଥିବା ସମସ୍ତ ହୋର୍ଡିଂ ଓ ମଞ୍ଚ ଘୂର୍ଣ୍ଣି ଝଡ଼ ପ୍ରଭାଵରେ ଭାଙ୍ଗି ଯାଇଛି। ବିଭିନ୍ନ ସ୍ଥାନରୁ ମେଳାକୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଷ୍ଟଲ ଓ ଖୁଦ୍ର ବ୍ୟବସାୟୀଙ୍କ ଷ୍ଟଲ ମାଟିରେ ମିଶିଛି l.

Leave a Reply

Your email address will not be published. Required fields are marked *