କଟକ : କଟକ ସି ଡି ଏ ଫେଜ ୨ ଥାନା ଅନ୍ତର୍ଗତ ସେକ୍ଟର ୧୩ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କଲା ଦୁର୍ବୃତ୍ତ । ମୃତ ମହିଳାଙ୍କ ନାମ ଫୁଲ କୁମର ।
ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ, ଏକ ପାଲ କୁଡ଼ିଆ ଘରେ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଚି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖି ଅଧିକ ପଚରା ଉଚରା କରୁଛି ।