Category: ରାଜ୍ୟ ଖବର

କୋରାପୁଟ ଜିଲ୍ଲାରେ ୭ ମିନିଟରେ ୫୩୯୫ ଥର ବଜ୍ରପାତ

କୋରାପୁଟ: ଗତ କିଛିଦିନର ପ୍ରବଳ ଖରା ଓ ଗୁଳୁଗୁଳିରୁ ଆଜି ସକାଳୁ ସାମାନ୍ୟ ଆଶ୍ବସ୍ଥି ମିଳିଛି। ଆଜି ଭୋରୁ ଭୋରୁ ଘଡଘଡି ସହ ବର୍ଷା ହୋଇଥିବାବେଳେ ଦିନ ତମାମ୍‌ ପାଗ କୋହଲା ରହିଥିଲା। ହେଲେ ଭୋରୁ ଆଜି କୋରାପୁଟ ଜିଲ୍ଲାରେ ୭ମିନିଟ…

ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: ନବରଙ୍ଗପୁର ଓ ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଏହି ସମୀକ୍ଷା କରି ଫେରିବା ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ା ଆଦି ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା…

ଆଭା ପଞ୍ଜୀକରଣରେ ଏମ୍ସ ଭୁବନେଶ୍ବର ଦେଶରେ ଏକ ନମ୍ବର

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବର ଆଜି ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା) ପଂଜୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଭାରତର ସବୁ ଏମ୍ସ ତୁଳନାରେ ଭୁବନେଶ୍ବର ଏମ୍ସ ଆଜି ସର୍ବାଧିକ ୧୧୩୧ ଜଣଙ୍କୁ ଟୋକୋନ୍‌ ପ୍ରଦାନ…

ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଖୋଲି ଚାକିରି ଦେବା ନାମରେ ଠକେଇ; ବର୍ଷେ ପରେ ସହଯୋଗୀ ଗିରଫ

ରାୟଗଡା: ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଖୋଲି ବେକାରୀ ଯୁବକଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଂକା ଠକି ନେଇଥିବା ଜିଲ୍ଲାର ଗୁଡାରୀ ଥାନାରେ ଅଭିଯୋଗ ପରେ ସହଯୋଗୀ ଗିରଫ ହୋଇଛି। ଗତବର୍ଷ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା। ଅଭିଯୁକ୍ତ ହେଲେ ବିମଳ କୁମାର ଦାସ।…

ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମର ଡ୍ରାଇଭର, ୟୁପି ଏସ୍‌ଟିଏଫ୍‌ ଟିମ୍‌ର ତନାଘନା

ବରଗଡ଼ : ପୁଲିସକୁ ଚକମା ଦେବାକୁ ନିୟମିତ ଠିକଣା ବଦଳାଉଥିବା ଗୁଡୁ ମୁସଲିମର ଶେଷ ଠିକଣା ପୁରୀ ଥିଲା ବୋଲି ଗତକାଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତେବେ ଗୁଡୁ ମୁସଲିମ ପୁରୀ ସହ ସହ ବରଗଡ଼ରେ ମଧ୍ୟ ରହୁଥିଲା ବୋଲି…

ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ : ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ…

ଦକ୍ଷିଣ ଓଡ଼ିଶାକୁ କାଳବୈଶାଖୀ ସହ କୁଆପଥର ମାଡ଼ ସମ୍ଭାବନା

ଭୁବନେଶ୍ବର : ତାତିରେ ଲାଗିଲା ବ୍ରେକ୍। ଆଶ୍ୱସ୍ତ ଉପକୂଳରୁ ଉପାନ୍ତ। ଗତକାଲି ସାରା ରାଜ୍ୟରେ ଅଗ୍ନିବର୍ଷା ହୋଇଥିବା ବେଳେ ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଥଣ୍ଡା ପବନ ଯୋଗୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏପରିକି…

ଘାଟିରୁ ଖସିଲା ଅଟୋ: ୩ ମୃତ, ୭ ଗୁରୁତର

ଗଜପତି : ଏକ ଅଟୋ ଘାଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ସେରଙ୍ଗ ଥାନା କେରଡ଼ାଙ୍ଗ…

ଶ୍ରୀମନ୍ଦିର ଅଫିସ୍‌ରୁ ଫାଇଲ ହଜିବା ଘଟଣାରେ ଏତଲା ଦେଲା ବିଜେପି, ଲଳିତେନ୍ଦୁ କହିଲେ- ଏହା ଦୁର୍ଭାଗ୍ୟଜନକ

ଭୁବନେଶ୍ବର : ଶ୍ରୀଜଗନ୍ନାଥଙ୍କ ଫାଇଲ ହଜିବା ଘଟଣାକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ବିଜେପି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ଥାନାରେ ଏତଲା ଦେଇଛନ୍ତି ବିଜେପି ପ୍ରତିନିଧି ଦଳ। ଏତଲାରେ…

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ବଲାଙ୍ଗିର : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ମମିତାଙ୍କ ପରିବାର ଲୋକଙ୍କୁ ମିଳିବ…