Spread the love

ଭୁବନେଶ୍ୱର: ନବରଙ୍ଗପୁର ଓ ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଏହି ସମୀକ୍ଷା କରି ଫେରିବା ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ନବରଙ୍ଗପୁର, ସମ୍ବଲପୁର, ନୂଆପଡ଼ା ଆଦି ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଛି।
ଏଥିଲାଗି ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ଅଧିକ ମନିଟରିଙ୍ଗ କରାଯାଉଛି। ତେବେ ସଂକ୍ରମଣ କେବେ କମିବ, ତାହା କହିବା ମୁସ୍କିଲ। ପିକ ନେଇ ସାରିଥିବା ରାଜ୍ୟ ପ୍ଲାଟୋ ଷ୍ଟେଜକୁ ଆସି ଗଲାଣି। ଷ୍ଟେବୁଲ ହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ।
ଏଣେ ବର୍ଷା ପୂର୍ବରୁ ମ୍ୟାଲେରିଆ ଓ଼ ଡାଇରିଆ ଚିନ୍ତା ଥିବାରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ସ୍ଥିତିର ସମୀକ୍ଷା କରି ଜନସ୍ୱାସ୍ଥ୍ୟ ନିର୍ଦେଶକ ଆଗରୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବର୍ଷା ପୂର୍ବରୁ ସବୁ ଜଳ ଉତ୍ସ ବିଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି ବୋଲି ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *