କୋରାପୁଟ: ଗତ କିଛିଦିନର ପ୍ରବଳ ଖରା ଓ ଗୁଳୁଗୁଳିରୁ ଆଜି ସକାଳୁ ସାମାନ୍ୟ ଆଶ୍ବସ୍ଥି ମିଳିଛି। ଆଜି ଭୋରୁ ଭୋରୁ ଘଡଘଡି ସହ ବର୍ଷା ହୋଇଥିବାବେଳେ ଦିନ ତମାମ୍ ପାଗ କୋହଲା ରହିଥିଲା। ହେଲେ ଭୋରୁ ଆଜି କୋରାପୁଟ ଜିଲ୍ଲାରେ ୭ମିନିଟ ମଧ୍ୟରେ ୫ ହଜାର ୩୯୫ ବଜ୍ରପାତ ହୋଇଛି । କେନ୍ଦ୍ର ସରକାରଙ୍କ ଦାମିନୀ ଆପରୁ ଏହି ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ବୈପାରିଗୁଡା, କୋରାପୁଟ, ଜୟପୁର, ସେମିଳିଗୁଡା, ନନ୍ଦପୁର, ଲମତାପୁଟ ଅଞ୍ଚଳରେ ୫ହଜାର୩୯୫ରୁ ଅଧିକ ବଜ୍ରପାତ ହୋଇଥିବା ବେଳେ ଏହା କେତେ ଘାତକ ହୋଇପାରେ ତାହା ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆସନ୍ତା ତିନିଦିନ ହେଲା କୋରାପୁଟ ଜିଲ୍ଲାରେ ଭୀଷ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ ।
୬ ତାରିଖରେ କୋରାପୁଟ ଜିଲ୍ଲାରେ କୋରାପୁଟ ଜିଲ୍ଲାରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୩ହଜାର ୭୬୨ଥର ବଜ୍ରପାତ ହୋଇଥିଲା ବେଳେ ୭ ତାରିଖରେ ୨୫୭୩ ଥର ବଜ୍ରପାତ ଘଟିଛି। ପୂର୍ବରୁ ଓଡ଼ିଶାରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫ ହଜାରରୁ ଅଧିକ ଥର ବଜ୍ରପାତ ସର୍ବକାଳୀନ ରେକର୍ଡ ରହିଥିବାବେଳେ କୋରାପୁଟ ଜିଲ୍ଲା ଏହାର ପାଖାପାଖି ସଂଖ୍ୟାକୁ ଆଜି କାଟିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇ ତିନି ଯାଏ କୋରାପୁଟ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଦିଆଯାଇଥିବାବେଳେ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି ।