Category: ରାଜ୍ୟ ଖବର

ଏପ୍ରିଲ ୧୦ରୁ ଯୁକ୍ତ୨ ଖାତା ଦେଖା, ମେ’ ୭ ପର୍ଯ୍ୟନ୍ତ ଜାରି ରହିବ ମୂଲ୍ୟାୟନ

ଭୁବନେଶ୍ବର: ଏପ୍ରିଲ ୧୦ ତାରିଖ ଠାରୁ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ଖାତାଦେଖା ଆରମ୍ଭ ହେବ। ଖାତାଦେଖାକୁ ସରଳୀକରଣ କରିବାକୁ ଯାଇ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଏହାକୁ ବିଭକ୍ତ କରାଯାଇଛି। ଦୁଇଟି ପର୍ଯ୍ୟାୟରେ…

ଓଡ଼ିଶାରେ ନିବେଶ ପାଇଁ ଜାପାନୀ ନିବେଶକଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ, ଆସିଲା ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଟୋକିଓ/ଭୁବନେଶ୍ବର : ଓଡ଼ିଶା ସମଗ୍ର ଭାରତରେ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀ ପାଲଟିଛି । ନିଜର ପ୍ରାକୃତିକ ସମ୍ବଳ, ନିଜର ଅବସ୍ଥାନ, କୁଶଳୀ ମାନବ ସମ୍ବଳ ଯୋଗୁଁ ଓଡ଼ିଶା ସମଗ୍ର ଦେଶର ଏକ ଶିଳ୍ପକେନ୍ଦ୍ରରେ ପରିଣତ ହୋଇଛି ବୋଲି ଜାପାନୀ ନିବେଶକଙ୍କୁ ଆମନ୍ତ୍ରଣ…

ଜିଏସ୍‌ଟି ଅଧିକାରୀଙ୍କ ପାଖରେ ୬୪ ଲକ୍ଷ ଟଙ୍କାର ସୁନା; ନଗଦ ୬.୫୯ ଲକ୍ଷ, ୧.୪ କୋଟିର ବ୍ୟାଙ୍କ ଓ ବୀମା ଠାବ

ଭୁବନେଶ୍ବର: ସିଟି ଆଣ୍ଡ ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭିଜିଲାନ୍ସ ଯାଞ୍ଚ ବେଳେ ୨ଟି ଲକରରୁ ୧.୦୬୦ କିଲୋ ସୁନା ଗହଣା ସମେତ ୧୯ଟି ସୁନା ବିସ୍କୁଟ ଠାବ…

ଚିଲିକା ମଝିରେ ଫସିଲା ୩ ଯାତ୍ରୀବାହୀଡଙ୍ଗା

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ନିକଟ ଚିଲିକାରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଅଘଟଣ। ଏଠାରେ ଫସି ରହିଛି ୩ଟି ଯାତ୍ରୀବାହୀ ଡଙ୍ଗା। ଏଥିରେ ମୋଟ ୧୫୦ରୁ ଊର୍ଦ୍ଧ୍ବ ଲୋକ ସମେତ କିଛି ବାଇକ ରହିଛି। ସୂଚନା ମୁତାବକ…

ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ଵତୀଙ୍କ ପରଲୋକ

କଟକ: ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ଵତୀ ମହାରାଜଙ୍କର କଟକ ଚହଟା ସ୍ଥିତ ରାମ ମନ୍ଦିର ପରିସରରେ ଆଜି ଭୋର ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର…

ପୁଣେରେ ଜଗନ୍ନାଥ ସଂସ୍କୃତିକୁ ଜାଗ୍ରତ କରିବାକୁ ପ୍ରୟାସ

ପୁଣେ: ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପୁଣେର ଳୋହେଗାଓଁରେ ମହାସମାରୋହରେ ଉତ୍କଳ ଦିବସ-୨୦୨୩ ସମର୍ପଣ ଉତ୍ସବ ପାଳିତ ହୋଇଛି । ଜଗଦଗୁରୁ ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁଣେ କଣ୍ଟେନମେଣ୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ପାଳ ମୁଖ୍ୟ…

ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲା: ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ପୁଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି। ତେବେ ଠିକ ସମୟରେ କାର୍ଯ୍ୟରତ ପୁଲିସ କର୍ମୀ ଘଟଣା ସଂପର୍କରେ ଜାଣିପାରିବାରୁ ବଡ଼ ଧରଣର ଅଘଟଣ…

ଗାଧୋଇବା ବେଳେ ବୁଡ଼ିଗଲେ ୫ ସାଙ୍ଗ, ୩ ଛାତ୍ରଙ୍କ ସଲିଳ ସମାଧି

ଭଦ୍ରକ: ୩ ଛାତ୍ରଙ୍କ ସଲିଳ ସମାଧି । ଗାଧୋଇବା ବେଳେ ବୁଡ଼ିଗଲେ ୫ଜଣ ସାଙ୍ଗ । ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ନାଳିଆ ନଦୀରେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର…

ଝାରସୁଗୁଡ଼ା ଉପନିର୍ବାଚନ: ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି। ସେମାନେ ହେଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକ। ସେମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ସାରଦା…

ମନ୍ତ୍ରୀଙ୍କ ସହ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆଲୋଚନା: ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥଗିତ ହେବ ଆନ୍ଦୋଳନ

ଭୁବନେଶ୍ବର: ଗତ ଶନିବାରରୁ ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଆଜି ଆନ୍ଦୋଳନରୁ ହଟିପାରନ୍ତି। ଆଜି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ମନ୍ତ୍ରୀ ସମୀରରଂଜନ ଦାଶ…