Spread the love

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ନିକଟ ଚିଲିକାରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଅଘଟଣ। ଏଠାରେ ଫସି ରହିଛି ୩ଟି ଯାତ୍ରୀବାହୀ ଡଙ୍ଗା। ଏଥିରେ ମୋଟ ୧୫୦ରୁ ଊର୍ଦ୍ଧ୍ବ ଲୋକ ସମେତ କିଛି ବାଇକ ରହିଛି।
ସୂଚନା ମୁତାବକ ଜହ୍ନିକୁଦା ଘାଟପେଣ୍ଠ ନିକଟରୁ ଏକ ଘାଟଡଙ୍ଗା ପ୍ରାୟ ୧୫୦ ଜଣ ଯାତ୍ରୀଙ୍କୁ ନେଇ ୫.୧୫ ସମୟରେ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଜହ୍ନିକୁଦାରୁ ଠାରୁ ୫୦୦ମିଟର ଯିବା ପରେ କୌଣସି କାରଣ ବସତଃ ଡଙ୍ଗାଟି ନିଜର ଚ୍ୟାନେଲ ଭିତରୁ ବାହାରି କୁଦରେ ଚଢିଯାଇଥିଲା। ଡଙ୍ଗାଟି ସେଠାରୁ ନ ବାହାରିପାରି ଅଟକି ରହିଥିଲା। ଚ୍ୟାନେଲ ମଧ୍ୟରେ ଯାଉଥିବା ଅନ୍ୟ ୨ଯାତ୍ରୀବାହୀ ଡଙ୍ଗା ସେମାନଙ୍କୁ ଉଦ୍ଧାର କରିବାକୁ ଚୋଷ୍ଟାକରି ନିଜେମଧ୍ୟ ସେଠାରେ ଫସିରହିଛନ୍ତି ।

Leave a Reply

Your email address will not be published. Required fields are marked *