Spread the love

ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। କଲେଜର ୫ ଜଣ ସିନିଅର ଛାତ୍ର ମିଶି ଜଣେ ଛାତ୍ରଙ୍କୁ ନିର୍ଯାତନା ଦେଇଥିବା ନେଇ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରାଯାଇଛି। ଅଭିଯୋଗକାରୀ ନିଜ ନାମ ଗୋପନ ରଖିଛନ୍ତି। ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପଟେ ଏହି ବେନାମୀ ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରି ଘଟଣା ଯୋଗୁ କଲେଜ ବଦନାମ ହେଉଥିବା କିଛି ଛାତ୍ରଛାତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *