ପାକିସ୍ତାନ : ଭେନେଜୁଏଲାର ଶକ୍ତିଶାଳୀ ଭୂକମ୍ପ ପରେ ଆଜି ସକାଳେ ପାକିସ୍ତାନରେ ପୁଣି ଭୂକମ୍ପ ଝଟକା । ଯାହାର ତୀବ୍ରତା ୫.୫ ଥିବା ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳୁଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୩୫ କିଲୋମିଟର ତଳେ ଥିବା EMC ଅନୁମାନ କରିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବେଲୁଚିସ୍ତାନ ପ୍ରଦେଶରେ ରହିଥିବା କୁହାଯାଇଛି । ଏହି ଭୂକମ୍ପ ପ୍ରାୟ ୮ ଟା ୩୬ ମିନିଟରେ ଅନୁଭୂତ ହୋଇଥିବା ଜଣାପଡିଛି । କିନ୍ତୁ ଏହି ଭୂକମ୍ପରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ସୂଚନା ମିଳିନାହିଁ । ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିବା ସହ ପ୍ରଭାବିତ ଅଞ୍ଚଳଗୁଡିକର ମୂଲ୍ୟାଙ୍କନ କରୁଛନ୍ତି ।
ନିକଟରେ ଭେନେଜୁଏଲାରେ ଧ୍ବଂସକାରୀ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ପ୍ରଥମେ ୭.୨ ଥିଲାବେଳେ ଦ୍ବିତୀୟଟିର ତୀବ୍ରତା ୭.୫ ଥିଲା । ଇଟି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ଫଳରେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି ଦେଲସି ରୋଡ୍ରିଗେଜ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ ।