Spread the love

କୋଣାର୍କ : ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ। ଡିଜେ ଗାଡିଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି। ଏଥିରେ ୩ ଜଣ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି କୋଣାର୍କ ଡାଳିମ୍ବଗରଡି ଗାଁରେ ଗଣେଶ ଭସାଣି ଚାଲିଥିଲା। ଏତିକିବେଳେ କୌଣସି କାରଣ ବଶତଃ ଡିଜେ ଗାଡିଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ୩ ଜଣ ଯୁବକ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଦୁଇ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକମାନେ ହେଲେ କୋଣାର୍କ ଜୁଣେଇ ଗାଁର ଚନ୍ଦ୍ରକାନ୍ତ ନାୟକ, ଡାଳିମ୍ବଗରଡି ଗାଁର ସିପୁ ଲେଙ୍କା ଏବଂ ବିଶ୍ଵଜିତ୍ ରାଉତ୍ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *