Spread the love

ଭୁବନେଶ୍ୱର: ସାରା ରାଜ୍ୟରେ ଡାଇରିଆ ସ୍ଥିତି ଥମିନଥିବାବେଳେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି , ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବାବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଛନ୍ତି।

ବଡ଼ଗଡ଼ ବ୍ରିଟ୍‌ ଇଏ କଲୋନି ପାଣିରେ ଜଣ୍ଡିସ୍ ଭୂତାଣୁ ମିଳିଛି। ବ୍ରିଟ୍‌ କଲୋନୀରୁ ବିଏମ୍‌ସି ଓ ୱାଟକୋ ପକ୍ଷରୁ ସଂଗ୍ରହ ହୋଇଥିବା ସବୁ ଜଳ ନମୁନା କୋଇଲା ଭଳି କଳା ପାଲଟି ଯାଇଛି। ପାଇପ ପାଣି ଅତି ପ୍ରଦୂଷିତ। ତେଣୁ ସେ ପାଣି ବ୍ୟବହାର କରିବାକୁ ୱାଟକୋ କର୍ତ୍ତୃପକ୍ଷ କଲୋନି ଲୋକଙ୍କୁ ବାରଣ କରିଛନ୍ତି । ତା’ ବଦଳରେ ବିଶୁଦ୍ଧ ପିଇବା ପାଣି ଟ୍ୟାଙ୍କର ପଠାଇବେ ବୋଲି କହିଛନ୍ତି। ଲୋକେ ବ୍ୟବହାର କରୁଥିବା ପାଣିରେ ଜଣ୍ଡିସ ଭୂତାଣୁ ଥିବା ପ୍ରମାଣିତ ହୋଇଛି। ଫଳରେ ଲୋକେ ଆତଙ୍କରେ ଟ୍ୟାପ୍‌ ପାଣି ବ୍ୟବହାର କରିବା ଛାଡ଼ି ଦେଇଛନ୍ତି।

ବଡ଼ଗଡ଼ ଉପରସାହି, କଳିଙ୍ଗ ବସ୍ତି, ବ୍ରହ୍ମେଶ୍ୱର ପାଟଣାରେ ମଧ୍ୟ ଜଣ୍ଡିସ ବ୍ୟାପିଛି । ଆକ୍ରାନ୍ତ ଲୋକଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି। ଦୂଷିତ ପାଣି ପିଇ ଜଣ୍ଡିସ୍ ବ୍ୟାପୁଥିବା ଖବର ମିଳିବା ପରେ ଗତ ୨ ଦିନ ତଳେ ସଂକ୍ରମିତ ଅଞ୍ଚଳରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା ଏବଂ ନମୂନାରୁ ଜଣ୍ଡିସ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ହେଲେ ଏ ନେଇ ସରକାରୀ କିମ୍ବା ବିଏମ୍ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *