Spread the love

ଓ୍ବାସିଂଟନ : ଆମେରିକା ଯାଇଥିବା ପାକିସ୍ତାନର ସେନା ମୁଖ୍ୟ ଫିଲଡ୍ ମାର୍ସାଲ ଅସୀମ ମୁନିରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମୁନିରଙ୍କୁ ‘ପାକିସ୍ତାନୀଙ୍କ ହତ୍ୟାକାରୀ’, ‘ଇସଲାମାବାଦର ହତ୍ୟାକାରୀ’, ‘ଗଣହତ୍ୟାକାରୀ’ ବୋଲି ବିକ୍ଷୋକ୍ଷକାରୀମାନେ ସ୍ଲୋଗାନ ଦେଇଥିଲେ ।

ମୁନିରଙ୍କ ବିରୋଧରେ ପ୍ରତିବାଦର ଏହି ଘଟଣା ୱାଶିଂଟନରେ ଘଟିଛି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନୀମାନେ ମୁନିରଙ୍କ ହୋଟେଲ ସାମ୍ନାରେ ପ୍ରତିବାଦ ପାଇଁ ଏକାଠି ହୋଇଛନ୍ତି। ସେଠାରେ ଗାଡ଼ିରେ ଥିବା ପ୍ରୋଜେକ୍ଟରରେ ମୁନିରଙ୍କୁ ଗଣ ହତ୍ୟାକାରୀ ବୋଲି କୁହାଯାଉଛି। ବିଶେଷ କଥା ହେଉଛି ମୁନିରଙ୍କ ବିରୋଧରେ ପ୍ରତିବାଦ କରୁଥିବା ଲୋକମାନେ ମଧ୍ୟ ପାକିସ୍ତାନର। ଯେଉଁମାନେ ଆମେରିକାରେ ରୁହନ୍ତି।

କହାଯାଉଛି ଯେ ମୁନିରଙ୍କ ବିରୋଧରେ ପ୍ରତିବାଦ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ସମର୍ଥକମାନଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ମୁନିରଙ୍କ ସମ୍ମୁଖରେ ପ୍ରତିବାଦକାରୀମାନେ “ଅସିମ ମୁନିର ତୁମେ କାପୁରୁଷ”, “ତୁମକୁ ଲଜ୍ଜାଲାଗିବା କଥା, ଗଣ ହତ୍ୟାକାରୀ” ଏବଂ ଏକଛତ୍ରବାଦୀ” ଏବଂ “ପାକିସ୍ତାନୀଙ୍କ ହତ୍ୟାକାରୀ” ଭଳି ସ୍ଲୋଗାନ ଦେଉଥିଲେ। ଗତ ମାସରେ ନ୍ୟୁୟର୍କର ଟାଇମ୍ସ ସ୍କ୍ବେୟାରରେ ମଧ୍ୟ ମୁନିରଙ୍କୁ ବିରୋଧ କରାଯାଇଥିଲା । ଏକ ବଡ଼ ମନିଟରରେ ତାଙ୍କୁ ‘ଲୁଜର’ ବୋଲି କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *