Spread the love

ଭୁବନେଶ୍ୱର: ଶିକ୍ଷକ ଶିକ୍ଷାରେ କ୍ୟାରିଅର କରିବାକୁ ଚାହାଁନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ। ୨୯ ତାରିଖରେ ପ୍ରବେଶିକା ପରୀକ୍ଷା ହେବ। ଚଳିତବର୍ଷ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା ହେବ।

ବିଏ ବିଏଡ୍‌, ବିଏସ୍‌ସି ବିଏଡ୍‌, ଏମ୍‌ଏସ୍‌ସିଏଡ୍‌, ବିଏଡ୍‌ ଏମ୍‌ଏଡ୍‌, ଏମ୍‌ଏ ଏମ୍‌ଏଡ୍‌ (ବୈଷୟିକ ଶିକ୍ଷା)ରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ବିବିଧ ସାଂସ୍କୃତିକ ଉପଲବ୍ଧି ସହ ଶୈକ୍ଷିକ ପରିଭ୍ରମଣ, ବୃତ୍ତି, ଭାଷା ସମ୍ବଳ କେନ୍ଦ୍ର, ଇ-ସୁବିଧା ଥିବା ଅତ୍ୟାଧୁନିକ ପାଠାଗାର, ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ, ଛାତ୍ରାବାସ, ଉଦ୍ଭିଦ ଉଦ୍ୟାନ, ସ୍ମାର୍ଟ ଶ୍ରେଣୀ ଗୃହ ଆଦିର ସୁବିଧା ମିଳିବ।

ଏନ୍‌ସିଇଆର୍‌ଟି ଅଧୀନ ଭୁବନେଶ୍ୱର, ଆଜମେର, ଭୋପାଳ, ମୈସୁର, ଶିଲଂ, ନେଲୋର ଓ ନୂଆଦିଲ୍ଲୀ ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖାର ସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *