Spread the love

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଆତର୍କିତ ଚଢ଼ଉ କରି ପୁଲିସ ୨୮୦ରୁ ଊର୍ଦ୍ଧ୍ବ ବାଛୁରୀ ଉଦ୍ଧାର କରିଛି। ପୁଲିସ ଟିମ୍‌ ବୁଧବାର ଭୋର ସକାଳୁ ଅତର୍କିତ ଚଢ଼ାଉ କରି ବାଲେଶ୍ୱର-ମୟୂରଭଞ୍ଜ ଜିଲ୍ଲା ସୀମାବର୍ତ୍ତୀ ଦାହିବାଡ଼ି ଓ ଗୋବିନ୍ଦରାୟପୁର ଗ୍ରାମରୁ ୨୮୦ରୁ ଊର୍ଦ୍ଧ୍ବ ବାଛୁରୀ ଉଦ୍ଧାର କରିଛି।
ସୂଚନା ଅନୁଯାଇ ମୟୂରଭଂଜ ଜିଲ୍ଲା ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଓ ଦାହିବାଡ଼ି ଗ୍ରାମରେ ଶତାଧିକ ବାଛୁରୀଙ୍କୁ ବେଆଇନ ଚାଲାଣ ପାଇଁ ରଖାଯାଇଥିବା ନେଇ ଏସ୍‌ପିଙ୍କୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲାl ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତଙ୍କ ନେତୃତ୍ୱରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ, ବଡ଼ସାହି ଥାନା ଅଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ, ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଓ ମୁରୁଡ଼ା ଥାନା ଅଧିକାରୀ ସୁମିତ ସୋରେନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିଲାl
ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଓ ଦାହିବାଡ଼ି ଗ୍ରାମରେ ଶତାଧିକ ବାଛୁରୀଙ୍କୁ ବେଆଇନ ଚାଲାଣ ପାଇଁ ରଖାଯାଇଥିବା ନେଇ ଏସ୍‌ପିଙ୍କୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲାl ଏହି ଟିମ୍‌ ବୁଧବାର ଭୋର ୪ଟା ସମୟରେ ୨ପ୍ଲାଟୁନ ପୁଲିସ ଫୋର୍ସ ସହିତ ଉକ୍ତ ଗ୍ରାମ ଗୁଡ଼ିକରେ ଅତର୍କିତ ଚଢ଼ାଉ କରି ପ୍ରାୟ ୨୮୦ରୁ ଅଧିକ ବାଛୁରୀଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ବାଛୁରୀମାନଙ୍କୁ ସ୍ଥାନୀୟ ମହେଶପୁର ଗ୍ରାମରେ ସୁରକ୍ଷିତ ରଖାଯାଇଥିଲାl
ଏହି ଟିମ୍‌ ବୁଧବାର ଭୋର ୪ଟା ସମୟରେ ୨ପ୍ଲାଟୁନ ପୁଲିସ ଫୋର୍ସ ସହିତ ଉକ୍ତ ଗ୍ରାମ ଗୁଡ଼ିକରେ ଅତର୍କିତ ଚଢ଼ାଉ କରି ପ୍ରାୟ ୨୮୦ରୁ ଅଧିକ ବାଛୁରୀଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ବାଛୁରୀମାନଙ୍କୁ ସ୍ଥାନୀୟ ମହେଶପୁର ଗ୍ରାମରେ ସୁରକ୍ଷିତ ରଖାଯାଇଥିଲାl ସେଠାରେ ଖିଆପିଆ ନକରି ବାଛୁରୀ ଛୁଆଙ୍କର ଅବସ୍ଥା ଖରାପ ଥିବାବେଳେ ପଶୁଚିକିତ୍ସକଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ଵାରା ସେମାନଙ୍କୁ ଚାରା ଓ ପିଇବାକୁ ପାଣି ଦିଆଯାଇଥିଲାl ପରେ ଟ୍ରକ ଦ୍ଵାରା ସେମାନଙ୍କୁ ପଡୋଶୀ ବାଲେଶ୍ୱର ଜିଲ୍ଲା ଏକ ଗୋଶାଳାକୁ ସୁରକ୍ଷିତ ଭାବେ ପଠାଯାଇଥିଲାl

Leave a Reply

Your email address will not be published. Required fields are marked *