Spread the love

ରାୟଗଡ଼ା: ସ୍ବାମୀ ଘରେ ନଥିବା ବେଳେ ଶିକ୍ଷୟିତ୍ରୀ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ର ଅଞ୍ଚଳରେ ଶିକ୍ଷୟିତ୍ରୀ ଜୀବନ ହାରିଛନ୍ତି। ମୃତ ଶିକ୍ଷୟିତ୍ରୀ ହେଲେ ଅତସୀ ତ୍ରିପାଠୀ।
ପ୍ରାପ୍ତ ସୂଚନା ଅନୁସାରେ ମୁନିଗୁଡା ବ୍ଲକ ଭୈରବଗଡ଼ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀ ତଥା ସିଆରସିସି ଅତସୀ ତ୍ରିପାଠୀ ଆଜି ନିଜ ଘରେ ଥିଲେ। ତାଙ୍କ ସ୍ୱାମୀ କୌଣସି କାମରେ ବ୍ରହ୍ମପୁର ଯାଇଥିଲେ। ତେବେ ସେ ମୁନିଗୁଡ଼ାସ୍ଥିତ ନିଜ ଘରେ କେହି ନଥିବା ସମୟରେ ବେକରେ ଫାସ ଲଗାଇଥିଲେ।
ମୁନିଗୁଡା ବ୍ଲକ ଭୈରବଗଡ଼ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀ ତଥା ସିଆରସିସି ଅତସୀ ତ୍ରିପାଠୀ ଆଜି ନିଜ ଘରେ ଥିଲେ। ତାଙ୍କ ସ୍ୱାମୀ କୌଣସି କାମରେ ବ୍ରହ୍ମପୁର ଯାଇଥିଲେ। ତେବେ ସେ ମୁନିଗୁଡ଼ାସ୍ଥିତ ନିଜ ଘରେ କେହି ନଥିବା ସମୟରେ ବେକରେ ଫାସ ଲଗାଇଥିଲେ।
ଜ୍ୱାଇଁଙ୍କ ଠାରୁ ଖବର ପାଇ ଅତସୀଙ୍କ ବାପା ଝିଅ ଘରକୁ ଯାଇଥିଲେ। କିନ୍ତୁ ବାପା ପଞ୍ଚିବା ପୂର୍ବରୁ ଝିଅ ଜୀବନ ହାରି ସାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ତେବେ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *