Spread the love

କୋରାପୁଟ,୨୭।୫ : କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଉଦ୍ଧାର ହୋଇଥିବା ବେଳେ ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନାନୁଯାୟୀ, ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଗାଈ ମାନଙ୍କୁ ବିଭିନ୍ନ ଟ୍ୟାଙ୍କର, କଣ୍ଟେନର ଆଦିରେ ଚଲାଣ କରାଯାଉଥିବା ଅଭିଯୋଗ ହେବାପରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କର ଏକ ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ନବରଙ୍ଗପୁର ଜିଲାର ବିଭିନ୍ନ ସ୍ଥାନରୁ ହାଇଦ୍ରାବାଦକୁ କଣ୍ଟେନର ଦ୍ୱାରା ଚଲାଣ ହେଉଥିବା ଗାଡି ଗୁଡିକୁ ଗୁଣ୍ଡିଚା ଛକରେ ଜବତ କରିଥିଲେ। ଚଢ଼ାଉ ବେଳେ ୬ଟି କଣ୍ଟେନରରେ ୨୪୯ ଗାଈ ଥିବା ଜଣାପଡିଥିଲା। ଏଥିରୁ ୫ ଗାଈର ମୃତ୍ୟୁ ଘଟିଥିଲା। ଏହି ସମସ୍ତ ଗାଡିକୁ ଜବତ କରାଯିବା ସହ ଗାଈଗୁଡିକୁ ଜୟପୁର ସ୍ଥିତ ଗୋପାଳ ଗୋ’ ସେବା ସମିତିରେ ରଖାଯାଇଛି। ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *