Spread the love

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚମ୍ବା ଚୁରାହର ନକରୋଡ-ହିମଗିରି ରାସ୍ତାରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ଧାର ରାତିରେ ହୋଇଥିବା ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ସକାଳେ ଜାଣିବାକୁ ପାଇଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।

ଖବର ମୁତାବକ, ନକରୋଡ-ହିମଗିରି ରାସ୍ତା ଡ୍ୟାମ ସାଇଡ ନିକଟରେ ଦୁର୍ଘଟଣା ହୋଇଛି । କାରଟି ଅନିୟନ୍ତ୍ରିତ ହୋଇ ଖାଇ ତଳେ ଥିବା ନଦୀରେ ଖସିପଡିଥିଲା । ଦୁର୍ଘଟଣାରେ ୪ ଜଣଙ୍କ ଲୋକଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ପୋଲିସ ଏବଂ ଅଗ୍ନିଶମ ଟିମ୍ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ, ଦୁଘର୍ଟଣାର ଶିକାର ହୋଇଥିବା ଲୋକ ଚୁରାହ ଉପମଣ୍ଡଳର ଗ୍ରାମ ପଞ୍ଚାୟତ ଟିକରୀଗଡର ବାସିନ୍ଦା । ପୋଲିସ ମୃତଦେହକୁ ନଦୀରୁ ବାହାର କରି ପରିଜନକୁ ହସ୍ତାନ୍ତର କରିଛି ।

Leave a Reply

Your email address will not be published. Required fields are marked *