Spread the love

୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମାରିଆ। ଏଥିପାଇଁ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ସମନ ଜାରି କରିଛି। ଏହି ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ ମେସିନ ଏବଂ ଅନ୍ୟାନ୍ୟ ଉପକରଣ ଭଡ଼ା ଆଣିବାରେ ୬୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ବ୍ରିହନ ମୁମ୍ବଇ ମହାନଗର ନିଗମ(ବିଏମସି) ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଥିଲା।

ରିପୋର୍ଟ ଅନୁସାରେ ଡିନୋ ମାରିଆ ଏବଂ ତାଙ୍କ ଭାଇ ସାଣ୍ଟିନୋ ମାରିଆ ଏବଂ କେତନ କଦମଙ୍କ ମଧ୍ୟରେ ଫୋନ କଲ୍‌ରେ ହୋଇଥିବା କିଛି ବାର୍ତ୍ତାଳାପ ସାମ୍ନାକୁ ଆସିଛି। ଯେଉଁଥିରେ ଏହି ଦୁର୍ନୀତିରେ ଡିନୋ ମାରିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। କେତନ କଦମ ଏବଂ ଜୟ ଜୋଶୀ ମେସିନ ଭଡ଼ା ଆଣିବା ଲାଗି ବିଏମସିଠାରୁ ମାତ୍ରାଧିକ ଅର୍ଥ ନେଇଥିବା ଅଭିଯୋଗ ହୋଇଛି। ଏଥିରେ ବିଏମସିର କିଛି କର୍ମଚାରୀ ଏବଂ ଅଧିକାରୀ ସାମିଲ ଥିବା ମଧ୍ୟ କୁହାଯାଉଛି।

Leave a Reply

Your email address will not be published. Required fields are marked *