କଟକ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଉତ୍କଳ ମୋଟର୍ସର ପୁରାତନ କର୍ମଚାରୀମାନଙ୍କର ଏକ ଗ୍ରୁପ ‘ବଣ୍ଡିଂ ଟାଇମ ଗ୍ରୁପ’ର ବନ୍ଧୁମିଳନ ଗତ ରବିବାର ଦିନ ଦୋଳ ମୁଣ୍ଡାଇସ୍ଥିତ ଜଗନ୍ନାଥ ହୋଟେଲ ପରିସରରେ ମହା ସମାରହରେ ପାଳିତ ହୋଇଯାଇଛି |

ମିହିର ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବନ୍ଧୁ ମିଳନରେ ବରିଷ୍ଠ ସଦସ୍ୟ ପ୍ୟାରୀମୋହନ ରାଉତରାୟ, ବିଭିଏସ୍ ଶାସ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ବଣ୍ଡିଂ ଟାଇମ ଗ୍ରୁପର ସମସ୍ତ ସଦସ୍ୟମାନେ ଏହି ବନ୍ଧୁମିଳନରେ ଉପସ୍ଥିତ ରହି ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ | ଏଥିରେ ବହୁତ ବୟୋଜ୍ୟଷ୍ଠ ସଦସ୍ୟ ନିଜର ଅନୁଭୂତି ବାଣ୍ଟିଥିଲେ |