Spread the love

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡ ହାଇକୋର୍ଟ JPSC ପରୀକ୍ଷା ରଦ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଏହାସହ ଏହି ମାମଲାରେ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନିୟମିତତା ଅଭିଯୋଗକୁ ଆଧାର କରି JPSC ପରୀକ୍ଷା ରଦ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଆବେଦନ ହେବା ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

ମାମଲାର ଶୁଣାଣି କରି ହାଇକୋର୍ଟ ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ଅନ୍ତରୀଣ ରୋକ୍‌ ଲଗାଇଛନ୍ତି। ଏହାସହ ସରକାରଙ୍କ ପକ୍ଷରୁ ଅନିୟମିତତା ସମ୍ପର୍କରେ କଣ ପଦକ୍ଷେପ ନିଆଯାଇଛି ଏବଂ କେଉଁ ଆଧାରରେ ପରୀକ୍ଷା ରଦ୍ଦ କରାଯାଇଥିଲା, ସେନେଇ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *