Spread the love

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମର ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରିଦେଇଥିଲା। ଚୁକ୍ତି ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନକୁ ପାଣି ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଅପରେସନ ‘ସିନ୍ଦୂର’ ସ୍ଥଗିତ ରହିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି। ହେଲେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ପ୍ରସଙ୍ଗରେ ପୁନର୍ବିଚାର କରିବା ଲାଗି ପାକିସ୍ତାନ ଭାରତକୁ ଅନୁରୋଧ କରିଥିବାବେଳେ ଏ ନେଇ କୌଣସି ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ପାକିସ୍ତାନ ସହିତ କେବଳ ଆତଙ୍କବାଦ ଉପରେ ଆଲୋଚନା ହେବ। ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିବ। ଆତଙ୍କବାଦ ପାଇଁ ପାକିସ୍ତାନ ଉତ୍ତରଦାୟୀ ବୋଲି ଆମେ ମେ ୭ ତାରିଖରେ ଜଣାଇଦେଇଛୁ। ପାକ୍ ସହିତ ଆଲୋଚନା କେବଳ ଦ୍ଵିପାକ୍ଷିକ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ପାକିସ୍ତାନକୁ ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରିବାକୁ ପଡ଼ିବ। ଏଥିପାଇଁ କ’ଣ କରିବାକୁ ହେବ ତାହା ସେମାନେ ଜାଣନ୍ତି।

Leave a Reply

Your email address will not be published. Required fields are marked *