Spread the love

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ସୌମ୍ୟଜ୍ୟୋତି ରଥ ୯୫ ପ୍ରତିଶତ ନମ୍ବର (୫୭୦) ରଖି ପାସ୍ କରିବା ସହିତ ବିଦ୍ୟାଳୟ ଲାଗି ସୁନାମ ଆଣି ଦେଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ବାଲିସାହି ନିବାସୀ ଜ୍ୟୋତି ପ୍ରକାଶ ରଥ ଓ ମଧୁସ୍ମିତା ଶତପଥିଙ୍କ ଏକମାତ୍ର ପୁତ୍ର ସୌମ୍ୟଜ୍ୟୋତି ଜଣେ ମେଧାବୀ ଛାତ୍ରଭାବେ ଜଣାଶୁଣା । ନିଜର ସଫଳତାର ଶ୍ରେୟ ସୌମ୍ୟଜ୍ୟୋତି ନିଜର ପିତାମାତା, ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି ।

ପରୀକ୍ଷା ଲାଗି ଦିନକୁ ୧୬ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିଲେ । ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ହୋଇ ଦେଶର ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୌମ୍ୟଜ୍ୟୋତି । ସୌମ୍ୟଜ୍ୟୋତିଙ୍କ ସଫଳତାରେ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନେ ଆନନ୍ଦ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *