Spread the love

ଦୁବାଇ: ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ୱିକେଟ୍‌ରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରି ବିଜୟୀ ହୋଇଛି।  ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଟିମ ଇଣ୍ଡିଆ ଦଳ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।

https://x.com/narendramodi/status/1898779298019897782?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1898771321405751325%7Ctwgr%5E331c68b1d69e4e39ad0a8a7a2bf7113116b74727%7Ctwcon%5Es1_&ref_url=https%3A%2F%2Fsamajalive.in%2Fpm-and-cm-congratulate-team-india-on-winning-champions-trophy-2025%2F643507.html

ସେହିପରି ଟିମ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଟିମ ଇଣ୍ଡିଆର ସଫଳତା ପାଇଁ ପୂରା ଦେଶ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

https://x.com/MohanMOdisha/status/1898771574423236911?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1898771574423236911%7Ctwgr%5E331c68b1d69e4e39ad0a8a7a2bf7113116b74727%7Ctwcon%5Es1_c10&ref_url=https%3A%2F%2Fsamajalive.in%2Fpm-and-cm-congratulate-team-india-on-winning-champions-trophy-2025%2F643507.html

Leave a Reply

Your email address will not be published. Required fields are marked *