Spread the love

ପୁରୀ: ପୁରୀ ଲୋକନାଥ ମନ୍ଦିର ପରିସରରେ ପାଳିଆ ସେବାୟତ କିଛି ବାଉନ୍ସର ମୁତୟନ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅନ୍ୟ ସେବାୟତ ଓ ଭକ୍ତ ବିରୋଧ କରିବାରୁ ସେମାନଙ୍କୁ ଅଟକ ରଖିଛି ପୋଲିସ।

ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ କିଏ ଓ କାହିଁକି ବାଉନ୍ସର ମୁତୟନ କରିଥିଲା ସେନେଇ ସମ୍ପୃକ୍ତ ସେବାୟତଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ପୁରୀ ଏସପି ଭିନିତ ଅଗ୍ରୱାଲ।

ତେବେ ମହାଶିବରାତ୍ରି ଅବସରରେ ପ୍ରଭୁ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *