Spread the love

ପୁରୀ : ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ସୋମବାର ଦର୍ଶନ ସମୟରେ ପ୍ରବଳ ଭିଡ଼ ମଧ୍ୟରେ ଅଣନିଃଶ୍ଵାସୀ ହୋଇ ୪ଜଣ ଭକ୍ତ ଅଚେତ୍ ହୋଇ ଯାଇଛନ୍ତି। ଏଥିସହ ଅନ୍ୟ କେତେଜଣ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି।

ଚେତାଶୂନ୍ୟ ହୋଇଥିବା ୪ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା କହିଛନ୍ତି ପୁରୀ ଏସପି ଭିନୀତ ଅଗ୍ରଓ୍ବାଲ।

Leave a Reply

Your email address will not be published. Required fields are marked *