ମୟୂରଭଞ୍ଜ: ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ SI ବାବୁ । ସବଇନସ୍ପେକ୍ଟର ପ୍ରଭାତ କୁମାର ନାୟକଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ SIଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ଅନୁଯାୟୀ, ପୁରୀର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ପ୍ରତାରଣା କରିଥିଲେ । ଅଭିଯୋଗ ଆଧାରରେ SIଙ୍କୁ ଗିରଫ କରିଛି ପୋଲିସ ।
ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି SI ପ୍ରଭାତ କୁମାର ନାୟକ । ଯୁବତୀଙ୍କୁ ବିବାହ କରିଥିବା କହିଛନ୍ତି । ତେବେ ନିଜ ବିରୋଧରେ ହୋଇଥିବା ଅଭିଯୋଗକୁ SI ପ୍ରଭାତ କୁମାର ନାୟକ ଖଣ୍ଡନ କରିଛନ୍ତି । ଯୁବତୀଙ୍କୁ ସେ ବିବାହ କରିଥିବା ଦାବି କରିଛନ୍ତି । ତେଣୁ ମାମଲାରେ ଉଭୟ ପକ୍ଷର ଦାବି ସାମ୍ନାକୁ ଆସିଥିବା ବେଳେ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ । ବର୍ତ୍ତମାନ ଏହି ଘଟଣାକୁ ନେଇ ବାରିପଦାରେ ଚର୍ଚ୍ଚା ଜୋର ଧରିଛି ।