Spread the love

ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଞ୍ଜିନିୟରଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତାଙ୍କ ମା’ ନିଶା ସିଙ୍ଘାନିଆ ଓ ଭାଇକୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି।

ନିକିତାଙ୍କୁ ଗୁରୁଗ୍ରାମରୁ ଓ ମା’ ଏବଂ ଭାଇକୁ ପୁଲିସ ଆହ୍ଲାବାଦରୁ ଗିରଫ କରିଥିବା ସୂଚନା ମିଳିଛି। ସମସ୍ତ ତିନି ଜଣଙ୍କୁ ବେଙ୍ଗାଲୁରୁ ଆଣି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

ବେଙ୍ଗାଲୁରୁ ପୁଲିସ ଡିସେମ୍ବର ୧୩ ତାରିଖରେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା ସିଙ୍ଘାନିଆଙ୍କ ଜୈନପୁର ସ୍ଥିତ ବାସଭବନ ବାହାରେ ଏକ ନୋଟିସ୍‌ ଲଗାଇଥିଲା। ତେବେ ଏହା ପୂର୍ବରୁ ନିକିତା ଫେରର ଥିବା ବେଳେ ତାଙ୍କ ମା’ ଓ ଭାଇ ମଧ୍ୟ ଗିରଫ ଭୟରେ ଘରେ ତାଲା ଲଗାଇ ଫେରାର ହୋଇଯାଇଥିଲେ।

ବେଙ୍ଗାଲୁରୁର ୩୪ ବର୍ଷିୟ AI ଇଞ୍ଜିନିୟର ଅତୁଲ ସୁଭାଶ ଡିସେମ୍ବର ୯ ତାରିଖରେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିିଥିଲେ। ସେ ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି।

ଆକସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ।

ନିଜ ସୁସାଇଡ୍‌ ନୋଟ୍‌ରେ ତାଙ୍କ ସ୍ତ୍ରୀ ନିକିତା ସିଙ୍ଘାନିଆ ଏବଂ ଶାଶୁଙ୍କ ବିରୋଧରେ ଅତୁଲ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ସୁଇସାଇଡ ନୋଟରେ କୋଟି କୋଟି ଟଙ୍କା ଦାବି ସହ ମିଛ ମାମଲାରେ ଫଶାଯିବା ଭଳି ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *