Spread the love

ପୁରୀ : କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ଏବଂ ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ ୧୦ଟି ବ୍ୟାଟେରୀ ଚଳିତ ଅଟୋ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅକ୍ଷୟ ଶକ୍ତି ସଂସ୍ଥା – ଇରେଡା ପକ୍ଷରୁ ଭକ୍ତଙ୍କ ସୁବିଧା, ବିଶେଷ ଭାବେ ବୃଦ୍ଧ ବୃଦ୍ଧା ଯେଭଳି ସହଜରେ ଶ୍ରୀମନ୍ଦିର ପରିଦର୍ଶନ କରିପାରିବେ, ସେଥିପାଇଁ ୧୦ଟି ଅଟୋ ପ୍ରଦାନ କରାଯାଇଛି।
ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗ ଦେଇ ଅଟୋ ଗୁଡିକର ଫ୍ଲାଗ୍ ଅଫ୍ କରିଥିଲେ। ସେ କହିଥିଲେ, ଇରେଡାକୁ ନବରତ୍ନ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ଅକ୍ଷୟ ଉର୍ଜା ଶକ୍ତି ମାଧ୍ୟମରେ ୫୦୦ ଜିଗା ୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ୨୧୨ ଜିଗା ୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଛି। ସୂଚନା ଯୋଗ୍ୟ, ଇରେଡା ଏହି ବ୍ୟାଟେରୀ ଚାଳିତ ଗାଡି ନିମନ୍ତେ ୩ ବର୍ଷ ପାଇଁ ଡ୍ରାଇଭରଙ୍କ ଦରମା ଓ ମରାମତି କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *