Spread the love

ମୁମ୍ବାଇ : ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ହେ ତୋ ସେଫ ହେ ନାରାକୁ ଜୋରଦାର କାଉଣ୍ଟର କରିଛନ୍ତି। ମହାରାଷ୍ଟ୍ର ପୂର୍ବରୁ ହିଁ ସୁରକ୍ଷିତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ଯେଉଁଠିକୁ ଯାଉଛନ୍ତି, ସେଠାରେ ଅସ୍ଥିରତା ସୃଷ୍ଟି ହେଉଛି। ବିଭେଦ ଓ ଅସ୍ଥିରତା ସୃଷ୍ଟି କରିବା ମୋଦିଙ୍କ ଉଦ୍ଦେଶ୍ୟ ବୋଲି ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ କାହିଁକି ଏମିତି ଭାଷା ବ୍ୟବହାର କରୁଛନ୍ତି, ସେକଥା ମୁଁ ବୁଝି ପାରୁନାହିଁ। ପୂର୍ବରୁ ସେ ବାଟେଙ୍ଗେ ତୋ କାଟେଙ୍ଗେ ବୟାନ ଦେଇଥିଲେ। ଏହା ଫେଲ ମାରିବାରୁ, ଏବେ ସେ ନୂଆ ନାରା ଦେବା ଆରମ୍ଭ କରିଛନ୍ତି।
ମହାରାଷ୍ଟ୍ରରେ ଲୋକମାନେ ପୂର୍ବରୁ ହିଁ ସୁରକ୍ଷିତ ରହିଛନ୍ତି। କିନ୍ତୁ ମୋଦି ଯେତେବେଳେ ଗସ୍ତ କରୁଛନ୍ତି ସେତେବେଳେ ରାଜ୍ୟ ଅସୁରକ୍ଷିତ ହୋଇ ପଡ଼ୁଛି। କାରଣ ସେ ବିଭେଦ ଓ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉସକାଉଛନ୍ତି। ପୂରା ସୁରକ୍ଷିତ ଓ ସ୍ଥିରତା ପାଇଁ ଆମକୁ ବିଜେପିକୁ ହଟାଇବାକୁ ପଡ଼ିବ।”
ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଥିଲେ ଯେ କଂଗ୍ରେସ ଓ ଏହାର ସହଯୋଗୀମାନେ କେବଳ ଗୋଟିଏ ଜାତିକୁ ଅନ୍ୟ ଜାତି ବିରୋଧରେ ଛିଡ଼ା କରୁଛନ୍ତି। ତେଣୁ ଲୋକଙ୍କୁ ସେ ଏକାଠି ହେବାକୁ ଆହ୍ୱାନ ଦେଇ ଏକ ହେ ତୋ ସେଫ ହେ ନାରା ଦେଇଥିଲେ।

Leave a Reply

Your email address will not be published. Required fields are marked *