Spread the love

କଟକ: ଏସସିବିରେ ୨ ମହିଳାଙ୍କୁ ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଘଟଣାର ରିପୋର୍ଟ ପ୍ରସ୍ତୁତ ସରିଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର । ତେବେ ରିପୋର୍ଟରେ ଯାହା ଅଛି, ତାହା ରାଜ୍ୟ ସରକାର ହିଁ ଜଣାଇବେ ବୋଲି କହିଛନ୍ତି ଡାକ୍ତର ସନ୍ତୋଷ ମିଶ୍ର।

ସୂଚନାଯୋଗ୍ୟ ଯେ, ଗତ ୪ଦିନ ତଳେ ବଡ଼ ମେଡିକାଲରେ ୨ଜଣ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ଦେବା ପରେ ଉକ୍ତ ଡାକ୍ତରକୁ ଗିରଫ କରିଥିଲା ପୋଲିସ । ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲା ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଗଠନ ହୋଇଥିବା ୩ ଜଣିଆ କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ ଡିଏମଇଟି ରୋମା ରତନ ରହିଥିଲେ।

Leave a Reply

Your email address will not be published. Required fields are marked *