Spread the love

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି। VVPAT ସ୍ଲିପ୍‌ ସହିତ ଇଭିଏମ୍ ମେସିନ୍ ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ର ୧୦୦ ପ୍ରତିଶତ ଯାଞ୍ଚ ପାଇଁ ଦାବି କରି ପୁର୍ନବିଚାର ଆବେଦନ ହୋଇଥିଲା। ଏହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଆବେଦନରେ ଦିଆଯାଇଥିବା ଆଧାର ଉପରେ ବିଚାର କରିବା ପରେ, ଆମେ ବିଶ୍ୱାସ କରୁ ଯେ ଏପ୍ରିଲ ୨୬ରେ ଶୁଣାଯାଇଥିବା ନିଷ୍ପତ୍ତିର ପୁନର୍ବିଚାର ନେଇ କୌଣସି ଆବଶ୍ୟକତା ନାହିଁ।
ପ୍ରକୃତରେ ଗଲା ଏପ୍ରିଲ ୨୬ ତାରିଖରେ ସୁପ୍ରିମକୋର୍ଟ VVPAT ସ୍ଲିପ୍‌ ସହ ଓ ଇଭିଏମ୍‌ ମେସିନ୍‌ ଭୋଟ୍‌ ୧୦୦ ପ୍ରତିଶତ ମେଳ ଖାଉଛି କି ନାହିଁ ତାହା ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ଏହା ସହିତ ବାଲାଟ ପେପର ଜରିଆରେ ନିର୍ବାଚନ ପରିଚାଳନା ପାଇଁ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ।
ତେବେ ଏହି ନିଷ୍ପତ୍ତିର ପୁର୍ନବିଚାର ପାଇଁ ଅରୁଣ କୁମାର ଅଗ୍ରଓ୍ୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ନିଜ ଆବେଦନରେ ଅରୁଣ କୁମାର ଅଗ୍ରଓ୍ୱାଲ ଯୁକ୍ତି ଦର୍ଶାଇଥିଲେ ଯେ ଏପ୍ରିଲ ୨୬ରେ ହୋଇଥିବା ନିଷ୍ପତ୍ତିରେ ତ୍ରୁଟି ଅଛି। ଏହାପୂର୍ବରୁ ମଧ୍ୟ ସେ ଏହି ପ୍ରସଙ୍ଗରେ ପିଏଲ ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *