ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ପରଠାରୁ ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ କରିଆସୁଛି। ଆଜି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତି ଜଣେ ମହିଳା ଓ ଜଣେ ଯୁବକଙ୍କୁ ନିର୍ମମ ଭାବେ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଭିଡିଓଟି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ଲକ୍ଷ୍ମୀକାନ୍ତପୁରର ବୋଲି ସେ ଦାବି କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଉକ୍ତ ଅଞ୍ଚଳରେ ଜେସିବି ନାମରେ ପରିଚିତ ତାଜେମୁଲ ନାମକ ଜଣେ ଯୁବକ ଜଣେ ମହିଳାଙ୍କୁ ନିର୍ମମ ଭାବେ ମାଡ଼ ମାରୁଛନ୍ତି। ତାଜେମୁଲ ଟିଏମସି ବିଧାୟକ ହମିଦୁଲ ରହମାନଙ୍କ ଘନିଷ୍ଠ ବୋଲି ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି । “ସେ ତାଙ୍କ ଇନସାଫ ସଭା ମାଧ୍ୟମରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଅଞ୍ଚଳରେ ପ୍ରସିଦ୍ଧ। ଟିଏମସି ଶାସିତ ପଶ୍ଚିମବଙ୍ଗର ପ୍ରତି ଜିଲ୍ଲାରେ ଏପରି ସରିଆ କୋର୍ଟ ଚାଲିଛି ଓ ପ୍ରତି ଗ୍ରାମର ସନ୍ଦେଶଖାଲି ପରି ଘଟଣା ଘଟୁଛି । ରାଜ୍ୟର ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି । ମମତା ବାନାର୍ଜୀ ସେହି ଦୁର୍ବୃତ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ନା ଶାହାଜାହାଁ ଶେଖ୍ ପରି ତାକୁ ବି ସୁରକ୍ଷା ଦେବେ ?”
https://twitter.com/amitmalviya/status/1807341290520289486?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1807341290520289486%7Ctwgr%5E1d021e98607bb1ef0b284cb741c00fbb612a4e3a%7Ctwcon%5Es1_c10&ref_url=https%3A%2F%2Fsambad.in%2Findia-and-beyond%2Famit-malavya-targets-tmc-1167692%2F