Spread the love

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀ ଶୁକ୍ରବାର ରାତିରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ମୃତ ସରପଞ୍ଚ ହେଲେ ଯୋଗୀ ପଡ଼ିଆମୀ।
ଘଟଣା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ସାଢେ ଏଗାରଟା ହେବ। ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଦନ୍ତେୱାଡା ଜିଲ୍ଲାର ପୋଟଲି ସିଏଏଫ କ୍ୟାମ୍ପ ଠାରୁ ମାତ୍ର ୫୦୦ ମିଟର ଦୁରରେ ଥିବା ଧୁର୍ବାପାଲ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ପୂର୍ବତନ ସରପଞ୍ଚ ଯୋଗୀ ପଡିଆମୀଙ୍କ ଘର ଖୋଜିବା ପରେ ତାକୁ ଘରୁ ଉଠାଇ ନେଇଥିଲେ। ଭୋଟ ଦେବା ପାଇଁ ଲୋକଙ୍କୁ ଉସୁକାଉଥିବାରୁ ତାଂକୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ନକ୍ସଲ କହିଥିଲେ। ଏକ ଧାରୁଆ ଅସ୍ତ୍ରରେ ଯୋଗୀଙ୍କୁ ହତ୍ୟା କରାଯାଇଥିଲା। ପରିବାର ଲୋକଙ୍କ ସାମ୍ନାରେ ହିଁ ଯୋଗୀଙ୍କୁ ହତ୍ୟା କଲେ ନକ୍ସଲ।

ପ୍ରକାଶ ଥାଉକି ଗତ ୧୦ ବର୍ଷ ତଳେ ତାଂକ ପୁଅକୁ ମଧ୍ୟ ନକ୍ସଲ ହତ୍ୟା କରିଥିଲେ। ପତ୍ନୀ ଏବେ ସରପଞ୍ଚ ଅଛନ୍ତି। ଏହି ଘଟଣା ପରେ ଗ୍ରାମରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପୋଟଲି କ୍ୟାମ୍ପର ସିଏଏଫ ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେ ନକ୍ସଲ ଗ୍ରାମରେ ଚାଲିଯାଇଥିଲେ। ନକ୍ସଲ ଏବେ ରକ୍ତମୁଖା ହୋଇଛନ୍ତି। ଖୋଜି ଖୋଜି ପୁଲିସ ଇନଫରମରମାନଙ୍କୁ ହତ୍ୟା କରୁଛନ୍ତି। ଲୋକଙ୍କୁ ଭୟ ଦେଖାଇବା ପାଇଁ ଏଭଳି ନକ୍ସଲ ହତ୍ୟା କରୁଥିବା ପୁଲିସ କହିଛି। ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *