Spread the love

 

Bill_1707225590

ନୂଆଦିଲ୍ଲୀ: ବିଭିନ୍ନ ସରକାରୀ ପ୍ରବେଶିକା ପରୀକ୍ଷା ପୂର୍ବରୁ ହେଉଥିବା ପ୍ରଶ୍ନପତ୍ର ଲିକ ଉପରେ ଲାଗିବ ରୋକ। କାରଣ ପ୍ରଶ୍ନପତ୍ର ଲିକ ରୋକିବାକୁ ସରକାର ଆଣିଥିବା ବିଲ ଆଜି ଲୋକସଭାରେ ପାସ ହୋଇଛି।
ଆସନ୍ତାକାଲି Public Examinations (Prevention of Unfair Means) Bill ରାଜ୍ୟସଭାରେ ଉପସ୍ଥାପନ ହେବ। ରାଜ୍ୟସଭାରେ ଏହା ପାରିତ ହୋଇଗଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ମୋହର ମାରିବା କ୍ଷଣି ପେପର ଲିକ ଓ ପରୀକ୍ଷାରେ ହେଉଥିବା ହେରଫେରକୁ ରୋକିବା ପାଇଁ ଆସିଥିବା ବିଲ ଆଇନରେ ପରିଣତ ହୋଇଯିବ।
ବିଲ୍‌ ଦ୍ୱାରା ସ୍ୱଚ୍ଛତା ଓ ନିରପେକ୍ଷତା ସହ ପରୀକ୍ଷା ଦେଉଥିବା ପିଲାଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ। କିନ୍ତୁ ଯେଉଁମାନେ ପେପର ଲିକ କରିବେ କିମ୍ବା ଉତ୍ତର ଖାତାରେ ହେରଫେର କରିବେ, ସେମାନଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପରୀକ୍ଷା ସହ ଜଡ଼ିତ ସମସ୍ତ ଅପରାଧକୁ ଜାମିନ ବିହୀନ ଓ କେବଳ ଜୋରିମାନାହୀନ କରାଯାଇଛି। ଏହାର ଅର୍ଥ ପୁଲିସ୍‌ ନିଜ ଇଚ୍ଛା ଅନୁସାରେ ବିନା ୱାରେଣ୍ଟରେ ସନ୍ଦିଗ୍ଧଙ୍କୁ ଗିରଫ କରିପାରିବ। ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ। ସେହିପରି ଅପରାଧକୁ ବୁଝାମଣା କରି ରଫାଦଫା କରାଯାଇ ପାରିବ ନାହିଁ ବୋଲି ବିଲରେ ବ୍ୟବସ୍ଥା କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିଲ ଉପସ୍ଥାପନ କରି କହିଛନ୍ତି ଯେ ପ୍ରଶ୍ନପତ୍ର କିମ୍ବା ଉତ୍ତରଖାତା ଲିକ କରିବା, ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବେ ଜଣେ ପରୀକ୍ଷାର୍ଥୀଙ୍କୁ ବେଆଇନ ଭାବେ ସହଯଗୋ କରିବା କିମ୍ବା ପରୀକ୍ଷାରେ ହେରଫେର କରିବା ଆଦିକୁ ବିଲରେ ଅପରାଧ ଭାବେ ବିବେଚନା କରାଯାଇଛି।
ବିଲ୍‌ରେ ବ୍ୟବସ୍ଥା ହୋଇଛି ଯେ ଯଦି କେହି ବ୍ୟକ୍ତି କିମ୍ବା ଗ୍ରୁପ ପ୍ରଶ୍ନପତ୍ର ଲିକ କିମ୍ବା ଉତ୍ତର ଖାତାରେ ହେରଫେର କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କୁ ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡ ମିଳିବ। ଏହାକୁ ୫ ବର୍ଷ ବୃଦ୍ଧି କରାଯାଇ ପାରିବ ଓ ଫାଇନ ୧୦ ଲକ୍ଷ ଟଙ୍କା ଯାଏ ରହିବ।
ସେବା ପ୍ରଦାନକାରୀ ସଂସ୍ଥା ଯଦି ସମ୍ଭାବ୍ୟ ଅପରାଧ ସମ୍ପର୍କରେ ଜାଣି ମଧ୍ୟ ଚୁପ ରହିବ, ତା’ହେଲେ ସେଭଳି ସଂସ୍ଥାକୁ ୧ କୋଟି ଟଙ୍କା ଯାଏ ଫାଇନ ଦେବାକୁ ହେବ। ସଂସ୍ଥାର ସିନିୟର ମ୍ୟାନେଜରଙ୍କୁ ୧୦ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଫାଇନ ଦେବାକୁ ପଡ଼ିବ।
ସଂଗଠିତ ଭାବେ ପ୍ରବେଶିକା ପରୀକ୍ଷାରେ ଅନିୟମିତତା କରୁଥିବା ଲୋକଙ୍କୁ ୫ରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ସହ ୧ କୋଟି ଟଙ୍କା ଫାଇନ ଦେବାକୁ ପଡ଼ିବ। ପରୀକ୍ଷା ସହ ଜଡ଼ିତ ହେରଫେର ଘଟଣାର ତଦନ୍ତ ଡିଏସ୍‌ପି, ଏସିପି ପ୍ୟାହ କିମ୍ବା ତା’ ଠାରୁ ଅଧିକ ରାଙ୍କର ଅଧିକାରୀମାନେ ହିଁ ତଦନ୍ତ କରିପାରିବେ। କୌଣସି କନିଷ୍ଠ ରାଙ୍କର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ମିଳିବ ନାହିଁ।
ୟୁପିଏସ୍‌ସି, ଏସ୍‌ଏସସି, ରେଳବାଇ, ଆଇବିପିଏ ଓ ଏନଟିଏ ଭଳି ପ୍ରବେଶିକା ପରୀକ୍ଷା ପାଇଁ ଲାଗୁ ହେବ।

 

Leave a Reply

Your email address will not be published. Required fields are marked *