
ମୋଦୀ ଜଣେ ଗୁଜୁରାଟୀ ହୋଇଥିଲେ ବି ସଂସଦ ଠାରୁ ଆରମ୍ଭ କରି ସାରା ଦେଶରେ ଯେଭଳି ଭାବେ ତାହାକୁ ସରଳ ହିନ୍ଦୀ ଭାଷାରେ ବୁଝାଇଛନ୍ତି ତାହା ରାଜନୀତିରେ କାର୍ଯ୍ୟ କରୁଥିବା ସମସ୍ତ ଲୋକଙ୍କ ପାଇଁ ଶିକ୍ଷା ଯୋଗ୍ୟ। ଅନ୍ୟପକ୍ଷରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ମଧ୍ୟ ଏହି ଭାଷଣକୁ ପ୍ରଶଂସା କରିଛନ୍ତି। କୁମାର ବିଶ୍ୱାସଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ପାଇଁ ଲେଖିଥିବା ପୋଷ୍ଟର ଜବାବ ଦେଇ ସେ ଲେଖିଛନ୍ତି, “ମହାନ କୃତିତ୍ୱ – ମହାନ ବ୍ୟକ୍ତିତ୍ୱ।” ଉଲ୍ଲେଖ ଥାଉ କି ଗତକାଲି ମୋଦୀ କହିଥିଲେ ଯେ ନେହେରୁଙ୍କ ନାମ ନେଲେ ସେମାନେ (କଂଗ୍ରେସ) ଖରାପ ଭାବୁଛନ୍ତି ।
ଜମ୍ମୁକଶ୍ମୀର ଏବଂ ଦେଶବାସୀଙ୍କୁ ନେହେରୁଙ୍କ ଭୁଲ ପାଇଁ ବଡ ମୂଲ୍ୟ ଦେବାକୁ ପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ନେହେରୁଙ୍କ କିଛି ବିବୃତ୍ତି ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଅଗଷ୍ଟ ୧୫ ରେ ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଲାଲକିଲ୍ଲାରୁ କହିଥିଲେ ଯେ ଭାରତରେ ସାଧାରଣତଃ କଠିନ ପରିଶ୍ରମ କରିବାର ଅଭ୍ୟାସ ନାହିଁ। ୟୁରୋପ, ଜାପାନ, ଚୀନ, ଋଷ ଓ ଆମେରିକାର ଲୋକମାନେ ଯେତିକି କାମ କରନ୍ତି ଆମେ ସେତିକି କାମ କରୁନାହୁଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ନେହେରୁ ଜୀଙ୍କର ଭାରତୀୟଙ୍କ ପ୍ରତି ଚିନ୍ତାଧାରା ଥିଲା ଯେ ଭାରତୀୟମାନେ ଅଳସୁଆ ଏବଂ ସେମାନଙ୍କର ବୁଦ୍ଧି କମ୍।