
ମୃତକ ଦ୍ୱୟ ହେଉଛନ୍ତି ବେଲପଡ଼ା ଥାନା ଡୁଙ୍ଗାରିଗୁଡ଼ା ଗାଁର ପରମେଶ୍ୱର ଧରୁଆ ଓ କ୍ଷୀରସିନ୍ଧୁ ସା। ସେମାନେ ବାଇକରେ ବେଲପଡ଼ା ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା। ଭ୍ୟାନଟି ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିଲା।
ସ୍ଥାନୀୟ ଲୋକେ ପରମେଶ୍ୱର ଓ କ୍ଷୀରସିନ୍ଧୁଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।