ବାଲେଶ୍ବର : ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବାଲେଶ୍ବର ପୌରପାଳିକା ତଥା ସଦର ବ୍ଲକ୍ ଦାୟିତ୍ୱରେ ଥିବା ସି. ଡି.ପି.ଓ ମଧୁସ୍ମିତା ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଅଭିଯୋଗ ଅନୁଯାୟୀ ରେମୁଣା ଅଞ୍ଚଳର ରାମଚନ୍ଦ୍ର ନାୟକ ନିଜ ଗାଡ଼ିକୁ ସଦର ସିଡିପିଓ କାର୍ଯ୍ୟଳୟରେ ଭଡ଼ା ଲଗାଇଥିଲେ । ଗତ ଜୁନ୍ ଓ ଜୁଲାଇ ମାସ ବକେୟା ବିଲ୍ ପାସ୍ ପାଇଁ ସିଡିପିଓଙ୍କୁ ଜଣାଇଥିଲେ । ସିଡିପିଓ ଗାଡ଼ି ମାଲିକଙ୍କୁ ପ୍ରତିମାସରେ ୫ ହଜାର ଟଙ୍କା ଦେବାକୁ ଦାବୀ କରିଥିଲେ । ତେବେ ଗାଡ଼ି ମାଲିକ ରାମ ଚନ୍ଦ୍ର ନାୟକ ଭିଜିଲାନ୍ସ ଅଫିସର ଦ୍ୱାରସ୍ତ ହୋଇଥିଲେ । ପରେ ଭିଜିଲାନ୍ସ ଅଫିସରେ ଏକ ଅଭିଯୋଗ କରିଥିଲେ । ଭିଜିଲାନ୍ସ କେଶ୍ ନମ୍ବର ୧୬ରେ ଏକ ମାମଲା ରୁଜୁ କରି ରେଡ୍ ହ୍ୟାଣ୍ଡରେ ସିଡି ପିଓ ମଧୁସ୍ମିତା ମହାନ୍ତିଙ୍କୁ କାବୁ କରିଥିଲା । ସିଡିପିଓଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ସଦର ସି. ଡି.ପି.ଓ ଅଫିସ ସମେତ ବାସଭବନରେ ଚଢ଼ାଉ ଜାରି ରଖିଛି ।