
ସିସୋଦିଆ ସପ୍ତାହରେ ଥରେ ଘରକୁ ଯାଇ ନିଜ ପତ୍ନୀଙ୍କୁ ଭେଟି ପାରିବେ। ଏଥିସହ ଡାକ୍ତରଙ୍କ ସହ ମଧ୍ୟ ସେ ସାକ୍ଷାତ କରିପାରିବେ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ବ୍ୟବସ୍ଥା ଲାଗୁ ରହିବ। ଏନେଇ ଦିଲ୍ଲୀର ରାଉଜ ରେଭେନ୍ୟୁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି।
ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ଅଟୋଇମ୍ୟୁନ ଡିସଅର୍ଡର, ମଲ୍ଟିପୁଲ ସ୍କେଲେରୋସିସରେ ପୀଡିତ। ତାଙ୍କୁ ଏଥିପାଇଁ ଅନେକ ଥର ହସ୍ପିଟାଲରେ ଆଡମିଟ୍ କରିବାକୁ ପଡିଥିଲା।
ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାର ଅର୍ଥ ହେରଫେର ଅଭିଯୋଗରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍ରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ।