
ସେପଟେ ରଘୁବର ଦାସଙ୍କ ଭାଷଣ ପରେ କ୍ଷୋଭ ପ୍ରକାଶ କରି କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ନେତୃତ୍ଵରେ କକ୍ଷ ତ୍ୟାଗ କରିଥିଲା ଦଳ। ରାଜ୍ୟପାଳଙ୍କ ଠାରୁ ପ୍ରକୃତ ତଥ୍ୟ ଆଶା କରାଯାଉଥିଲା କିନ୍ତୁ ସେ ସରକାରଙ୍କ ପକ୍ଷରେ କଥା ରଖିଛନ୍ତି। ବିଭିନ୍ନ ଭୁଲ୍ ତଥ୍ୟକୁ ଦେଖାଇ ଆଗମୀ ଦିନରେ କେଉଁ ପ୍ରକଳ୍ପ ଆସିବ, ବିକାଶ ପାଇଁ କଣ କରାଯିବ ସେନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର। ତାଙ୍କ ସହ ଇଏ ଜଣେ ତେଲିଆ ଗଭର୍ଣ୍ଣର ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ।
ବିରୋଧୀଙ୍କ ଅସନ୍ତୋଷ ମଧ୍ୟରେ ଶାସକ ଦଳ କହିଛି ରାଜ୍ୟର ବିକାଶର ଚିତ୍ରକୁ ଉପସ୍ଥାପନା କରିଛନ୍ତି ରାଜ୍ୟପାଳ। ବିରୋଧି ନିନ୍ଦା କଲେ କି ଅସନ୍ତୋଷ ଜାହିର କଲେ ଶାସକ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା।
ରାଜ୍ୟପାଳ ରାଜ୍ୟର ଭାର ସମ୍ଭାଳିବା ପରେ ସେ କୌଣସି ଦଳ ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ କାମ କରନ୍ତି। ତେବେ ପ୍ରଥମ ଦିନରୁ ହିଁ ଏପରି ପରିସ୍ଥିତି ଉପୁଜିଥିବା ବେଳେ ଅଧିବେଶନ ସମୟରେ ରାଜ୍ୟପାଳ ଗୃହ ମଧ୍ୟରେ ନିରପେକ୍ଷ ରହୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।