
ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଦର୍ଲିପାଲି ଏସଟିପିପି ହେଉଛି ସୁପରକ୍ରିଟିକାଲ (ଅତ୍ୟନ୍ତ ଦକ୍ଷ) ଜ୍ଞାନକୌଶଳ ସମ୍ପନ୍ନ ଏକ ପିଟ୍ ହେଡ୍ ପାୱାର ଷ୍ଟେସନ ଏବଂ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ସିକିମ ଭଳି ରାଜ୍ୟଗୁଡ଼ିକୁ କମ୍ ମୂଲ୍ୟରେ ବିଜୁଳି ଯୋଗାଉଛି ।
ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ଏନଟିପିସି-ସେଲ୍ ପାୱାର କମ୍ପାନି ଲିମିଟେଡର ୨୫୦ ମେଗାୱାଟ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ କାରଖାନାକୁ ନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ ।
ଏହାବ୍ୟତୀତ ଏନଟିପିସି ଓଡ଼ିଶାର ଅନୁଗୁଳ ଜିଲ୍ଲାର ପୁରୁଣା ଟିଟିପିଏସ୍ ପ୍ଲାଂଟ୍ ପରିସରରେ ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ୍-୩ ନିର୍ମାଣ କରୁଛି, ଯାହାକୁ ଏନଟିପିସି ୧୯୯୫ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡଠାରୁ ଅଧିଗ୍ରହଣ କରିଥିଲା । ଦେଶ ପାଇଁ ୫୦ ବର୍ଷରୁ ଅଧିକ ସେବା ପ୍ରଦାନ କରିବା ପରେ ପୁରୁଣା ଟିଟିପିଏସ୍ କାରଖାନାକୁ ଅଚଳ କରି ଦିଆଯାଇଥିଲା ।
ନିର୍ମାଣ ହେବାକୁ ଥିବା ଏହି ନୂତନ ପ୍ଲାଂଟ୍ରେ ଅତ୍ୟନ୍ତ ଦକ୍ଷ ଅଲଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ଆଧାରିତ ୟୁନିଟ୍ ଏବଂ ଏହି ପ୍ଲାଂଟ୍ର କ୍ଷମତା ପୁରୁଣା ଟିଟିପିଏସ୍ ପ୍ଲାଂଟ୍ର କ୍ଷମତା ଠାରୁ ତିନି ଗୁଣ ଅଧିକ ରହିବ । ଏହି ପ୍ରକଳ୍ପର ୫୦% କ୍ଷମତା ଓଡ଼ିଶା ରାଜ୍ୟକୁ ସମର୍ପିତ ହୋଇଥିବା ବେଳେ ଅନ୍ୟ ହିତାଧିକାରୀ ରାଜ୍ୟ ଯଥା ତାମିଲନାଡୁ, ଗୁଜରାଟ ଓ ଆସାମ ମଧ୍ୟ ଏହି ପିଟ୍ ହେଡ୍ ଷ୍ଟେସନରୁ କମ୍ ମୂଲ୍ୟରେ ବିଜୁଳି ପାଇବେ ।
ଦକ୍ଷ ଇଲେକ୍ଟ୍ରୋଷ୍ଟାଟିକ୍ ଅବକ୍ଷେପକ, ଫ୍ଲୁ ଗ୍ୟାସ୍ ଡିସଲଫ୍ୟୁରାଇଜେସନ୍, ବାୟୋ-ମାସ୍ କୋଫାୟାରିଂ, କୋଇଲା ପାଇଁ କଭର ଷ୍ଟୋରେଜ୍ ସ୍ପେସ୍ ଭଳି ସମସ୍ତ ଆଧୁନିକ ପରିବେଶ ବୈଶିଷ୍ଟ୍ୟ ସହିତ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି ଏବଂ ଏହା ଦ୍ୱାରା କମ୍ ନିର୍ଦ୍ଦିଷ୍ଟ କୋଇଲା ବ୍ୟବହାର ହେବ ଏବଂ ଏହା କମ୍ ଅଙ୍ଗାରକାମ୍ଲ ନିର୍ଗମନରେ ସହାୟକ ହେବ ।
ଏହି ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ପ୍ରକଳ୍ପଗୁଡ଼ିକ ପ୍ରତ୍ୟକ ଭିତିଭୂମିି ଯଥା ଆପ୍ରୋଚ୍ ରୋଡ୍, ଡ୍ରେନେଜ୍, ପରିବହନ ଏବଂ ଯୋଗାଯୋଗ ସୁବିଧାରେ ଉନ୍ନତି ଆଣିବାରେ ସହାୟକ ହୋଇଛି । ଶିକ୍ଷା, ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ଗ୍ରାମୀଣ କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ଆଖପାଖ ଗ୍ରାମରେ ଏନଟିପିସି ପକ୍ଷରୁ ବିଭିନ୍ନ ଗୋଷ୍ଠୀ ବିକାଶ ମୂଳକ ପଦକ୍ଷେପ ନିଆଯାଉଛି । ଏନଟିପିସି ଓଡ଼ିଶାର ସୁନ୍ଦରଗଡ଼ରେ ଏକ ମେଡିକାଲ କଲେଜ ତଥା୍ ହସ୍ପିଟାଲ ପ୍ରତିଷ୍ଠା କରିଛି ।