
ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲିଆ ସ୍ଥାନକୁ ସଫା କରୁଥିଲେ। ଏହି ସମୟରେ ନରକଙ୍କାଳଟି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏସଂପର୍କରେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ନରକଙ୍କାଳଙ୍କୁ ଉଦ୍ଧାର କରିବା ସହ ସେହି ସ୍ଥାନରୁ ଗୋଟିଏ ବ୍ୟାଗ, ପ୍ୟାଣ୍ଟ ସାର୍ଟ ଓ ଚପଲ ଉଦ୍ଧାର କରିଛି। ଏହାସହ ନରକଙ୍କାଳ ପଡିଥିବା ସ୍ଥାନରେ ଥିବା ଏକ ଗଛରେ ଦଉଡି ଲାଗିଥିବା ଦେଖିବାକୁ ମିଳିଛି। ପୁରୁଣାବଜାର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କେହି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।