
ରିପୋର୍ଟରୁ ପ୍ରକାଶ, ଜାନୁଆରି ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୩୮ମିନିଟରେ ଆଜରବାଇଜାନର ରାଜଧାନୀ ବାକୁ ଅଭିମୁଖେ ଉଡ଼ାଣ ଭରିଥିଲା। ଇଣ୍ଡିଗୋ କହିଛି ଯେ ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ଏବଂ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗତ କିଛି ଦିନ ମଧ୍ୟରେ ଇଣ୍ଡିଗୋ ସହ ଜଡ଼ିତ ଏକାଧିକ ଘଟଣା ଏବଂ ବିମାନ ଚଳାଚଳ ସଂସ୍ଥା ଦ୍ୱାରା ଏୟାରଲାଇନ୍ସ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହା ଘଟିଛି। କିଛି ଦିନ ପୂର୍ବେ ବିଳମ୍ବିତ ବିମାନକୁ ଅପେକ୍ଷା କରି ଯାତ୍ରୀମାନେ ଟାର୍ମାକ୍ରେ ବସି ଖାଦ୍ୟ ଖାଉଥିବା ଦେଖିବା ପରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ଇଣ୍ଡିଗୋ ଉପରେ ୧.୨ କୋଟି ଟଙ୍କାର ଜରିମାନା ଲଗାଇଥିଲା।
ଗତ କିଛି ସପ୍ତାହ ଧରି ଇଣ୍ଡିଗୋ ଯାତ୍ରୀମାନେ ସେମାନଙ୍କର ଯାତ୍ରାକାଳୀନ ଦୁଃଖଦ ଅନୁଭୂତି ସାମାଜିକ ଗଣମାଧ୍ୟମରେ ସେୟାର କରି ଆସୁଛନ୍ତି। ସେମାନେ ଅଯଥା ବିମାନ ବାତିଲ, ଅଯଥା ବିଳମ୍ବ ଏବଂ ଯାତ୍ରା କାଳୀନମାନକ ପୂରଣ ନକରିବା ପାଇଁ ଏୟାରଲାଇନ୍ସଗୁଡ଼ିକୁ ସମାଲୋଚନା କରୁଛନ୍ତି। ଏପରିସ୍ଥିତରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି।