
ଭାରତ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ବିତୀୟ ପାଳିରେ ଓଲଟା ପରିସ୍ଥିତି ଥିଲା। ପ୍ରାରମ୍ଭିକ ବ୍ୟାଟର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଭଲ ଖେଳିଥିଲେ। ପ୍ରଥମ ୱିକେଟରେ ଭଲ ଭାଗିଦାରୀ କରିଥିଲେ। ସ୍କୋର ୪୨ ରନ୍ରେ ଯଶସ୍ବୀ ଆଉଟ୍ ହୋଇଥିଲେ। ସେ ୩୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍ କରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ଶୁବମନ ଗିଲ। ଯୁବ ବ୍ୟାଟର ଗିଲ୍ ୨ଟି ବଲ୍ ସାମ୍ନା କରି ଖାତା ଖୋଲିପାରି ନଥିଲେ। ଭାରତର ସ୍କୋର ୬୩ ରନ୍ ଥିଲା ବେଳେ ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ୫୮ଟି ବଲ୍ ଖେଳି ୭ଟି ଚୌକା ସହାୟତାରେ ୩୯ ରନ୍ କରିଥିଲେ।
କେଏଲ ରାହୁଲ ୨୨ରନ୍, ଅକ୍ଷର ପଟେଲ ୧୭ ରନ୍, ଶ୍ରେୟସ ଆୟର ୧୩ ରନ୍ ଓ ରବୀନ୍ଦ୍ର ଜାଦେଜା ୨ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲି ସର୍ବାଧିକ ୭ଟି ୱିକେଟ୍ ନେଇଥିଲେ। ସେହିପରି ଜୋଏ ରୁଟ ଓ ଜ୍ୟାକ୍ ଲିଚ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।