
ତେବେ ଏହି ଲୁଟ ଘଟଣାରେ ପାଖାପାଖି ଆଠରୁ ଦଶ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସାମିଲଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ପରିବାର ଲୋକେ । ତେବେ ଲୁଟ କରିଥିବା ଦୁର୍ବୃତ୍ତ ମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି । ଏହି ଗ୍ରାମରେ ଏଭଳି ଡକାୟତି ଘଟଣା ପ୍ରଥମ ଥର ହୋଇଥିବା ବେଳେ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦୁର୍ବୃତ୍ତ ମାନେ ଚୋରି କରିବା ପରେ ଘରର ଆଗ ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ ।
ଡକାୟତିର ଶିକାର ହୋଇଥିବା ଦୁଇ ପରିବାର ପକ୍ଷରୁ ଝରିଗାଁ ଥାନରେ ଅଭିଯୋଗ ଦେବାପରେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ଯୋଗୁଁ ନବରଙ୍ଗପୁର ଏସପି ରୋହିତ ବର୍ମା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ତେବେ ସାଇଣ୍ଟିଫିକ ଟିମ ମଧ୍ୟ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି, ପୋଲିସର ତଦନ୍ତ ସମୟରେ ତିନିଟି ମୋବାଇଲ ଫୋନ ଗାଁ ଠାରୁ ପଚାଶ ମିଟର ଦୂରରେ ମିଳିଥିଲା । ତେବେ ପୋଲିସ ପକ୍ଷରୁ ଏହି ତଦନ୍ତକୁ ଅଧିକ ଗୁରୁତ୍ୱ ଦିଆ ଯାଇଛି ।