
ସକାଳୁ ସକାଳୁ ଘରୁ ବାହିରବା ମୁସ୍କିଲ ହୋଇପଡୁଛି । ସେହିପରି ସଂଧ୍ୟା ୭ଟା ହେଲେ ରାସ୍ତା ଘାଟ ଶୁନଶାନ ହୋଇଯାଉଛି । ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ଜାଳୁଛନ୍ତି । ଗାଁ ଠୁ ସହର ସବୁଠି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଆଉ ୨ ଦିନ ପରେ ଶୀତ କମିପାରେ । ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଫ୍ରେବୃଆରୀ ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାନେଇ ଆଶଙ୍କା କରିଛି ବିଭାଗ ।