
ଅଧିକ ଯୌତୁକ ଦାବି କରି ଜଣେ ନିଶାସକ୍ତ ସ୍ୱାମୀ ତାଙ୍କ ସ୍ତ୍ରୀକୁ ପ୍ରଥମେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ପରେ ଶେଷରେ ଅତି ଅମାନୁଷିକ ଭାବେ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି । ଯାହାର ଲୋମ ଟାଙ୍କୁରା ଭିଡିଓ ଏବେ ଭାଇରଲ ହେବା ପରେ ତାହା ସମସ୍ତଙ୍କୁ ହତବାକ କରିଛି ଆଜ୍ଞା । ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଗବସାହିରେ । ଏହି ଗାଁର ପଦ୍ମ ଲୋଚନ ଜେନା ଗେଲଟୁଆ ଗାଁର କାଶୀନାଥ ଜେନାଙ୍କ ଝିଅ ଅନୁସୟା ଜେନାଙ୍କୁ ବିବାହ କରିଥିଲେ । ବାହାଘର ବେଳେ ଅନୁସୟାଙ୍କ ପରିବାର ପକ୍ଷରୁ ନଗଦ 1 ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ଦେଇଥିଲେ । ତେବେ ବିବାହ ତିନି ବର୍ଷ ଭିତରେ ଅଧିକ ଯୌତୁକ ଆଣିବାକୁ ନେଇ ଅନୁସୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ପଦ୍ମ ଲୋଚନଙ୍କ ପରିବାର ।
ତେବେ ଏହାରି ମଧ୍ୟରେ ପଦ୍ମ ଲୋଚନ ମଦ୍ୟ ପାନ କରୁଥିବାରୁ ଅନୁସୟା ବିରୋଧ କରୁଥିଲେ । କାହିଁକି ସେ ମଦ ପିଉଛ, ଲିଭର ଖରାପ ହେଲାଣି, ଏବେ ତ ମଦ ପିଇବା ମଦ କର। ବାସ ଏତିକି କଥା ଏତିକିରେ ଉତକ୍ଷିପ୍ତ ହୋଇ ପଦ୍ମଲୋଚନ ଅନେକ ସମୟରେ ଅନୁସୟାଙ୍କ ମାଡ଼ ମାରୁଥିଲା ବେଳେ ଗତ କାଲି ତାକୁ ଜୀବନରୁ ମାରିଦେବା ପାଇଁ ତାଙ୍କ ତଣ୍ଟି ଉପରେ ଗୋଡ଼ ଦେଈ ଯେଉଁ ଭଳି ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ଭିଡିଓ ଏବେ ଭାଇରଲ ହେବା ପରେ ସମସ୍ତେ ସେହି ଲୋମ ଟାଙ୍କୁରା ଦୃଶ୍ୟ ଦେଖିଛନ୍ତି । ଖବର ପାଇ ଅନୁସୟାଙ୍କ ପରିବାର ଲୋକମାନେ ପଦ୍ମ ଲୋଚନ ଙ୍କ ଘରୁ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ରେ ଚିକିତ୍ସା କରୁଛନ୍ତି । ଏବଂ ଏ ସମ୍ପର୍କ ରେ ଭଦ୍ରକ ଟାଉନ ଥାନା ରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିନ୍ତୁ ଏବେ ପର୍ଯ୍ୟନ୍ତ ଶାଶୂ ଘର ପକ୍ଷରୁ କୌଣସି ପ୍ରତିକ୍ରୀୟା କିମ୍ବା ସୂଚନା ମିଳିନାହିଁ ।