Spread the love

ନବରଙ୍ଗପୁର : ଲଗାଣ ବର୍ଷାରେ ବୁଡ଼ିଲା ନବରଙ୍ଗପୁର ସହର ।  ସହର ମଧ୍ୟଦେଇ ଯାଇଥିବା NH-26 ଉପରେ ପ୍ରାୟ ଦୁଇ ଫୁଟର ପାଣି ।  ଫଳରେ ନବରଙ୍ଗପୁରରୁ ଜୟପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ସହରର ବିଭିନ୍ନ ୱାର୍ଡ ଓ ଗଳିକନ୍ଦିରେ ବର୍ଷାଜଳ ନିଷ୍କାସିତ ନହୋଇ ଘରରେ ପଶିଛି ପାଣି । ରାସ୍ତାଘାଟରୁ ଆରମ୍ଭ କରି ଘରର ଦାଣ୍ଡ ଯାଏଁ ସବୁଠି ପାଣି। ଘରୁ ବାହାରିବା ମଧ୍ୟ ମୁସକିଲ ହୋଇପଡୁଛି।

ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷଜମିରେ ବର୍ଷାଜଳ ମାଡ଼ିଯାଇଛି ।  ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି। ପ୍ରତିବର୍ଷ ବର୍ଷା ହେଲେ ନବରଙ୍ଗପୁର ସହରରେ ସମାନ ସମସ୍ୟା ଦେଖାଯାଉଥିବା ଅଭିଯୋଗ ।  ତେବେ ଏହାର ସ୍ଥାୟୀ ସମାଧାନ କାହିଁକି ହୋଇପାରୁନି, ତାକୁ ନେଇ ଏବେ ପ୍ରଶ୍ନ।

ବର୍ଷା ପୂର୍ବରୁ ସହରର ମଦର ଡ୍ରେନ୍ ସଫା କରାଯାଉନଥିବାରୁ ବର୍ଷାଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀନ୍ଦା। ଅନ୍ୟପଟେ ପରିସ୍ଥିତି ଜାଣିବା ପରେ ନବରଙ୍ଗପୁର ପୌରପାଳିକାର ପୌରାଧ୍ୟକ୍ଷ ବିଭିନ୍ନ ଅଞ୍ଚଳ ବୁଲି ଘରକୁ ଘର ଯାଇ ସ୍ଥିତି ପରକ୍ଷିଛନ୍ତି।

Leave a Reply

Your email address will not be published. Required fields are marked *