
ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ଯାତ୍ରୀବାହୀ ବସ ଆସିକାରୁ ବ୍ରହ୍ମପୁର ଯାଉଥିବା ବେଳେ ବିପରୀତ ଦିଗରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଆସୁଥିବା ପିକଅପ୍ ଭ୍ୟାନ ସହ ମୁଁହାମୁଁହି ଧକ୍କା ହୋଇଥିଲା । ଦୁର୍ଘଟଣା ପିକ୍ଅପ୍ ଭ୍ୟାନରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସ୍ ରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ, ଅଗ୍ନିଶମବାହିନୀ ପହଞ୍ଚି ସମସ୍ତ ମୃତକଙ୍କୁ ଉଦ୍ଧାର କରିବା ସହ ଆହତ ମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।